ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି। ତା. ୧୮/୦୪/୨୦୨୪ରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ତା. ୨୫/୦୪/୨୦୨୪ରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା। ତା. ୨୬/୦୪/୨୦୨୪ରିଖ ଦିନ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା ଏବଂ ତା.୨୯/୦୪/୨୦୨୪ରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା।

ଯାଞ୍ଚ ପରେ ୩୮ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ରହିଥିବାବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ୪ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ (ପୁରୁଷ ପ୍ରାର୍ଥୀ-୯, ମହିଳା ପ୍ରାର୍ଥୀ-୨), ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ୪ ଜଣ (ପୁରୁଷ ପ୍ରାର୍ଥୀ-୪, ମହିଳା ପ୍ରାର୍ଥୀ-୦), ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ (ପୁରୁଷ ପ୍ରାର୍ଥୀ-୧୦, ମହିଳା ପ୍ରାର୍ଥୀ-୧) ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ (ପୁରୁଷ ପ୍ରାର୍ଥୀ-୭, ମହିଳା ପ୍ରାର୍ଥୀ-୪) ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ।

ଉପରୋକ୍ତ ୪ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଥିବା ମୋଟ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ ୭ ଜଣ ମହିଳା ପ୍ରାର୍ଥୀ ଅଟନ୍ତି।

Share This Article