ଡ଼କାୟତି ଯୋଜନା ପଣ୍ଡ: ୩ ଗିରଫ, ବହୁ ମାରଣାସ୍ତ୍ର ଜବତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ବିଳମ୍ବିତ ରାତିରେ ହଳିଆପଦର ବସଷ୍ଟାଣ୍ଡ ନିକଟରେ ଗୋଳନ୍ଥରା ଥାନା ପୁଲିସ ଏକ ଡକାୟତି ଯୋଜନା ପଣ୍ଡ କରି ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଗୋଶାଣୀନୂଆ ଗାଁର ଶିବରାମ ପାଳ, ଲାଠି ଗ୍ରାମର ଶ୍ୟାମସୁନ୍ଦର ଗୌଡ଼ ଓ ପଣ୍ଡା ଗୌଡ଼।

ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ, ଗୋଟିଏ ବନ୍ଧୁକ, ଦୁଇଟି ଖଣ୍ଡା, ୪ଟି ମୋବାଇଲ,ଏହାସହ ଘଟଣା ସ୍ଥଳରୁ ଦୁଇଟି ଜୀବନ୍ତ ବୋମା, ମଦ ବୋତଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ଏକାଧିକ ମାମଲା ରହିଛି।

Share This Article