୧୨ ସହର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ, ୪୪ ଡିଗ୍ରୀ ସହ ଅନୁଗୁଳ ଆଜି ଉତ୍ତପ୍ତ ସହର, ତାତି ଆହୁରି ବଢିବ

Odisha Hot News
1 Min Read

ଭୁବନେଶ୍ବର: ଦୀର୍ଘଦିନ ଧରି ରାଜ୍ୟରୁ ତାପମାତ୍ରା ଖସିବାର ନାଁ ଧରୁ ନାହିଁ। ଏପରି ଅବସ୍ଥା ହୋଇଛି ଯେ, ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ରାଜ୍ୟର ୪ ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଆଜି ୪୪.୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ସେହିପରି ବୌଦ୍ଧ ରେ ୪୪.୫ ଡିଗ୍ରୀ ନୂଆପଡା ଏବଂ ବଲାଙ୍ଗୀର ରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ରାଜ୍ୟର ୧୨ସହରରେ ଦିନର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ସେହିପରି ୩୨ ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁସାରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ। ଏପରିକି କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି

Share This Article