ଭୁବନେଶ୍ୱର : ସତେ ଯେପରି ରବିବାର ଦିନଟି ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ହଲିଡ଼େ ପ୍ୟାକେଜ୍ ଭଳି ଲାଗୁଥିଲା । କାରଣ ସକାଳେ ରାହାଗରି ଓ ସନ୍ଧ୍ୟାରେ ରକ୍ ବ୍ୟାଣ୍ଡ । ଏବଂ ସେପଟେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା ଭାରତ-ବେଲଜିୟମ ହକି ବିଶ୍ୱକପ୍ । ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଡଟ୍ ଫେଷ୍ଟ୍ ର ୨ୟ ସନ୍ଧ୍ୟାଟି ପାଲଟିଯାଇଥିଲା ରକ୍ ଡଟ୍ ଫେଷ୍ଟ୍ । ଏହି ଡଟ ଫେଷ୍ଟ୍ କାର୍ଯ୍ୟକ୍ରମରେ କ୍ଲାସିକାଲ୍ ଓ ୱେଷ୍ଟର୍ଣ୍ଣ ମିକ୍ସ ବ୍ୟାଣ୍ଡ୍ ଶିବାଗ୍ନି ପକ୍ଷରୁ ପରିବେଷଣ ହୋଇଥିଲା । ଏବଂ ଅଗ୍ନି ମିତ୍ର-ଶ୍ରୀନିବାସ ଶତପଥୀ ଓ ସାଥୀଙ୍କ ବ୍ୟାଣ୍ଡର ତାଳେତାଳେ ‘ପିସ୍ ଅଫ୍ ଜୟ’, କଲର୍ସ ଅଫ୍ ଜୟ, ଆଇରିସ୍ ମ୍ୟୁଜିକ୍ ଏବଂ ମିଶ୍ର ଭୈରବୀ ରାଗରେ ଆରବିୟାନ୍ ନାଇଟ୍ ନିଆରା ମନୋରଂଜନ ଭେଟି ଦେଇଥିଲେ । ସେହିପରି ମଂଚରେ ଅନ୍ୟତମ ଆକର୍ଷଣ ସାଜିଥିଲେ ଇଣ୍ଡିଆନ୍ ଡ୍ୟାନ୍ସିଂ ସୁପରଷ୍ଟାର୍ ୨୦୧୩ର ରନର୍ସଅପ୍ ପଦ୍ମିନୀ ଓ ଦେବାଶିଷ । କିନ୍ତୁ ସେଠାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଇଂଲିସ୍ ସିଙ୍ଗିଙ୍ଗ୍ ରିଅଲିଟି ସୋ’ର ବିଜେତା ସିନ୍ଧାନ୍ତ ଶର୍ମା । ସିନ୍ଧାନ୍ତ ‘ସି ଇଜ ଭେରି ସେକ୍ସି ଗର୍ଲ…, ରକ୍ ୟୁ ଲାଇକ୍ ଏ ହରିକେନ୍ …’ ଭଳି ଗୀତରେ ଦର୍ଶକଙ୍କୁ ନଚାଇଥିଲେ । ସେ ନିଜେ ଷ୍ଟେଜ ତଳକୁ ଆସି ଦଶର୍କଙ୍କ ସହ ୩ମିନିଟ୍ ଝୁମିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୁନଗୁନ୍ ।