ଉପେକ୍ଷିତ ଶିଶୁ ଆବାସିକ ବିଦ୍ୟାଳୟରେ ଏବେ ବି ରହିଛି ୫୯ ଟି ଖାଲି ସ୍ଥାନ: ଶୀଘ୍ର ପୂରଣ ଲାଗି ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

Odisha Hot News
1 Min Read

ଖୋର୍ଦ୍ଧା: ଜିଲ୍ଲା ପ୍ରକଳ୍ପ କାର୍ଯ।ଳୟ, ସମଗ୍ର ଶିକ୍ଷା, ଖୋର୍ଦ୍ଧା ତରଫରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଯଥା:– ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, GM-DIC, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ସାଧାରଣ ବଣ୍ଟନ ଅଧିକାରୀ ଓ ଡେପୁଟି କମିଶନର, ଭୂବନେଶ୍ବର ମହାନଗର ନିଗମ ଇତ୍ୟାଦିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଭୂବନେଶ୍ବର ମହାନଗର ନିଗମରୁ ଚିହ୍ନଟ ହୋଇଥିବା ସମାଜ ତଥା ପରିବାର ଦ୍ବାରା ଉପେକ୍ଷିତ ଶିଶୁମାନଙ୍କ ନିମନ୍ତେ ପରିଚାଳିତ ହେଉଥିବା ୪ ଟି ଆବାସିକ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇବା ନିମନ୍ତେ ସହରାଞ୍ଚଳରେ ଥିବା ଉପେକ୍ଷିତ ୬ ରୁ ୧୪ ବର୍ଷର ଶିଶୁଙ୍କୁ ସଠିକ ଭାବରେ ଚିହ୍ନଟୀକରଣ କରିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଏହି ବିଦ୍ୟାଳୟଗୁଡିକରେ ୨୦୦ ଛାତ୍ରଛାତ୍ରୀ ରହି ଶିକ୍ଷାଗ୍ରହଣ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ଅଦ୍ୟାବଧି ୫୯ ଟି ସ୍ଥାନ ଖାଲିଥିବା ସମ୍ମାନନୀୟ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଥିଲା। ତେଣୁ ଏହି ୫୯ ଟି ଅନ୍ତେବାସୀଙ୍କ ସ୍ଥାନ ପୂରଣ କରିବା ନିମନ୍ତେ ସେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ପରିଚାଳନା କରିଥିଲେ।

Share This Article