ଭାଗ୍ୟରେ ଥିଲେ ଏମିତି ମିଳେ, ସରପଞ୍ଚରୁ ସିଧା ବିଜେଡିର ବିଧାୟିକା ପ୍ରାର୍ଥୀ ହେଲେ ବିଦ୍ୟାସ୍ମିତା ମହାଳିକ

Odisha Hot News
2 Min Read

ଭୁବନେଶ୍ବର: ସରପଞ୍ଚରୁ ସିଧା ବିଧାୟକ ପ୍ରାର୍ଥୀ। ତାହା ପୁଣି ବିଜୁ ଜନତା ଦଳର। ଏପରି ସୁଯୋଗ କେବଳ ଭାଗ୍ୟରେ ଥିଲେ ମିଳେ। ଆଜି ବିଜୁ ଜନତା ଦଳ ତରଫରୁ ଘୋଷଣା ହୋଇଥିବା ନଅ ଜଣିଆ ପ୍ରାର୍ଥୀ ତାଲିକାରେ ଜଣଙ୍କର ନାମ ରହିଛି। ସେ ହେଉଛନ୍ତି ବିଦ୍ୟାସ୍ମିତା ମହାଲିକ। ରେମୁଣାର ବିଜେଡି ବିଧାୟକ ପ୍ରାର୍ଥୀ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବିଦ୍ୟାସ୍ମିତାଙ୍କ ନାମ ଘୋଷଣା ପରେ ବର୍ତ୍ତମାନ କିଏ ସେହି ବିଦ୍ୟାସ୍ମିତା ବୋଲି ଖୋଜା ପଡିଛି। ଏପରିକି ରେମୁଣା ନିର୍ବାଚନ ମଣ୍ଡଳିରେ ମଧ୍ୟ ଅନେକ ଜାଣନ୍ତି ନାହିଁ ବିଦ୍ୟାସ୍ମିତା କିଏ। ହେଲେ ପରବର୍ତ୍ତି ସମୟରେ ଜଣାପଡିଲା ଯେ, ସେ ହେଉଛନ୍ତି ରେମୁଣା ପତ୍ରିପାଲ ପଞ୍ଚାୟତର ସରପଞ୍ଚ। ଜଣେ ସରପଞ୍ଚଙ୍କୁ ସିଧା ବିଧାୟକ ପ୍ରାର୍ଥୀ କରିବା ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଏହି ଘୋଷଣା ପରେ ଖୋଦ ବିଦ୍ୟାସ୍ମିତା ନିଜକୁ ସମ୍ଭାଳି ପାରି ନ ଥିଲେ। ଆନ୍ଦନରେ ସେ କାନ୍ଦି ପକାଇଥିଲେ। କହିଥିଲେ ଯେ, ଜଣେ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ କରିବେ ତାହା କେବେ ବିଶ୍ବାସ ହେଉ ନ ଥିଲା। ମୋଚେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ, ପାଣ୍ଡିଆନ ସାରଙ୍କୁ ଧନ୍ୟବାଦ, ପ୍ରଣବ ଦାସଙ୍କୁ ଧନ୍ୟବାଦ ଏବଂ ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ରେମୁଣାରେ ବିଧାୟକ ଅଛନ୍ତି ସୁଧାଂଶୁ ଶେଖର ପରିଡା। ହେଲେ ସେ ବିବାଦିୟ ହୋଇପଡିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଦେଇଛି। ତେଣୁ ସେ ଏଥର ଟିକେଟ ପାଇବାର ନ ଥିଲା। ସେଥିପାଇଁ ଦଳ ସେଠାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତା କରୁଥିବା ବେଳେ ଜଣେ ମହିଳା ସରପଞ୍ଚଙ୍କୁ ଟିକେଟ ଦେଇ ନବୀନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ପ୍ରକାଶ ପାଇଥିବା ବିଜେଡିର ପ୍ରାର୍ଥୀ ତାଲିକାରେ ନବୀନ ଦୁଇଟି ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି। ଗୋଟିଏ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣା ଟିକେଟ ଦେଇଥିବା ବେଳେ ରେମୁଣାରୁ ଜଣେ ସରପଞ୍ଚଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଗତ ନିର୍ବାଚନରେ ଆସ୍କା ଲୋକସଭା ପାଇଁ ପ୍ରମିଳା ବିଶ୍ବୋଇଙ୍କୁଲ ପ୍ରାର୍ଥୀ କରି ନବୀନ ସମସ୍ତଙ୍କୁ ଚମକାଇ ଦେଇଥିଲେ।

Share This Article