ରଣପୁର ଓ ପଟାଙ୍ଗୀରେ ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମା ପାଢୀଙ୍କ ଉପରେ ପୁଣି ଭରସା

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେପି ଓଡିଶା ବିଧାନସଭା ପାଇଁ 21 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଏଥିରେ ପୂର୍ବରୁ ଘୋଷଣା ହୋଇଥିବା ରଣପୁର ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବରୁ ବିଜେପି ରଣପୁର ପାଇଁ ତାପସ ମାର୍ଥାଙ୍କ ନାମ ଘୋଷଣା କରିଥିଲା।

ହେଲେ ସେହି ଅଞ୍ଚଳର ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କୁ ଅବଜ୍ଞା କରାଯାଇଥିଲା। ଏହାର ପ୍ରତିବାଦ ପରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ସୁରମାଙ୍କ ଉପରେ ଭରସା କରିଛି।

ସେହିପରି ପଟାଙ୍ଗୀରେ ମଧ୍ୟ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ରଣପୁର ପଟାଙ୍ଗୀ ପରି ଆଉ କେତେକ ସ୍ଥାନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିପାରେ ବୋଲି ଜଣାପଡିଛି।

Share This Article