ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ କରୋନା ପଜିଟିଭଙ୍କ ଭିତରୁ ୫ ଭଦ୍ରକ ଜିଲାର ଓ ୨ ବାଲେଶ୍ବର ଜିଲ୍ଲାର

Odisha Hot News
0 Min Read

ଭୁବନେଶ୍ବର: ଆଜି ରାଜ୍ୟରେ ଯେଉଁ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫ ଜଣ ଭଦ୍ରକ ଜିଲାର ଓ ଦୁଇ ଜଣ ବାଲେଶ୍ବର ଜିଲ୍ଲାର ବୋଲି ଜଣାଯାଇଛି। ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ୍ ବାହାରିଛି ।

Share This Article
Leave a Comment