ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବ୍ରିଜ ତଳକୁ ଖସିଲା ବସ, ପାଞ୍ଚ ଜଣଙ୍କ ମୃତ୍ୟୁ

Odisha Hot News
1 Min Read

ଭୁବନେଶ୍ବର: ଆଜି ସଂଧ୍ୟାରେ ଯାଜପୁରର ଧର୍ମଶାଳା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପୁରୀରୁ କୋଲକତା ଯାଉଥିବା ବସଟି ଏନଏଚ 6 ବାରବାଟୀ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା।ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଥିବା କେତେକ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଏସପି ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେଠାରେ 16ଟି ଆମ୍ବୁଲାନସ ନିୟୋଜିତ କରାଯାଇଥିବା ଜଣାପଡିଛି। ଏଥିସହିତ ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି। ବସଟିର ନାମ କାଳିଆ ନନା ବୋଲି ଜଣାପଡିଛି।

Share This Article