ଖୋର୍ଦ୍ଧା: ଡଃ ଵି.ଆର.ଆମ୍ଵେଦକରଙ୍କ ୧୩୩ ତମ ଜୟନ୍ତୀ ଉତ୍ସବ

Odisha Hot News
2 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଙ୍କ ସଦ୍ଭାବନା ଗୃହ ରେ ଡଃ ଵି ଇର ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। କାର୍ଯ୍ୟସୂଚୀ ଅନୁସାରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ଵାଗତ ଭାଷଣ ରଖି ଥିଲେ। ପରେ ମଞ୍ଚାସୀନ ଅତିଥି ‌ମାନେ ଭାଷଣ ‌ର‌ଖିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଆମ୍ବେଦକରଙ୍କ ଜିବନୀ ଵିଷୟରେ ପିଲା ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆମ୍ବେଦକର ତାଙ୍କ ଜୀବନ ରେ ପାଠ ପ୍ରତି ଆକାଂକ୍ଷା ଏବଂ କଠିନ ପରିଶ୍ରମ ବଳରେ ଆଗକୁ ଵଢିପାରିଥିଲେ। ଅନ୍ୟ ଦେଶ ତୁଳନାରେ ଭାରତ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର, କେବଳ ତାଙ୍କର ଅବଦାନ ସମ୍ବିଧାନ ପାଇଁ ପରିଗଣିତ ହୋଇପାରିଛି। ଅର୍ଥନୀତି/ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ତରାଇ ବୟସର ପ୍ରଥମ ୨୫ ଵର୍ଷ ଭଲଭାବରେ ପାଠ ପଢିଥିଲେ ଅବଶିଷ୍ଟ ସମୟ ସୁଖରେ କାଳାତିପାତ କରିବାକୁ ହୁଏ ବୋଲି ଉପଦେଶ ପ୍ରଦାନ କରିଥିଲେ।

ପିଲାମାନଙ୍କୁ ଆମ୍ବେଦକରଙ୍କ ଜିବନୀ ଉପରେ ଆଧାରିତ ପ୍ରଶ୍ନ ପଚାରିଥିଲେ ଏବଂ ବିଦ୍ୟାଳୟ ମାନଙ୍କରେ ଆଲୋଚନା ମାଧ୍ୟମରେ ପିଲାମାନେ ଆଗକୁ ଯାଇପାରିବେ ବୋଲି ମତପୋଷଣ କରିଥଲେ। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଡଃ ଗିତାନଶୁ ମୋହନ ଦାଶ /ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିଲିପ ହିଆଲ /ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟା ରାଣୀ ରାଉତ ଆମ୍ବେଦକର ଙ୍କ ବିଷୟରେ ପିଲାମାନଙ୍କର ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଉତ୍ସବରେ ଶିକ୍ଷକ/ଶିକ୍ଷୟିତ୍ରୀ/ଛାତ୍ର, ଛାତ୍ରୀ /ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ/ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ଚଉଧୁରି ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ସଭା ସାଙ୍ଗ କରାଯାଇଥିଲା।

Share This Article