କେବେ ଆସିବ ବିଜେପି ପ୍ରାର୍ଥୀ ତାଲିକା, ଓଡିଶା ପ୍ରଭାରୀ ତୋମାର କହିଲେ ଦିନ

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ବିଜେପି ତାହାର ବିଧାନସଭାର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନାହିଁ। ସେ ନେଇ ବିଜେପି ଆଶାୟୀମାନେ ବହୁ ଚାପରେ ରହିଛନ୍ତି। ତେବେ ଏପରି ପରିସ୍ଥିତରେ ଏହି ପ୍ରାର୍ଥୀ ତାଲିକେ କେବେ ଆସିବ ସେ ନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର।

ସେ କହିଛନ୍ତି ଯେ, ଆସନ୍ତାକାଲି ଶନିବାର ଦିନ ବିଜେପିର ପ୍ରାର୍ଥି ତାଲିକା ଘୋଷଣା ହେବ। ତେବେ ଏହା ସଂପୂର୍ଣ୍ଣ ତାଲିକା ନୁହେଁ। ଏଥିରେ 20 ରୁ 25 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ। ଏହାପରେ 20 ତାରିଖରେ ପରବର୍ତ୍ତି ତାଲିକା ଆସିବ ବୋଲି ତୋମାର କହିଛନ୍ତି।

ବର୍ତ୍ତମାନ ବିଜେପି ମୋଟ 147 ଟି ବିଧାନସଭା ଆସନ ମଧ୍ୟରୁ 112 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଆଉ 35 ଟି ଆସନର ପ୍ରାର୍ଥୀ ତାଲିକା ବାକି ରହିଛି। ତେବେ ଆଜି ଯେଉଁ ତାଲିକା ପ୍ରକାଶ ପାଇବ ସେଥିରେ 20 ରୁ 22 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ।

Share This Article