ବିଜେପିରେ ଯୋଗ ଦେଲେ ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତା କାଳନ୍ଦି ପ୍ରଧାନ

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସଂପାଦକ ତଥା ଉତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ସୁସଂଗଠକ ଶ୍ରୀ କାଳନ୍ଦି ପ୍ରଧାନ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଶ୍ରୀ ପ୍ରଧାନଙ୍କ ସମେତ ପୁରୁଣା ସାଲିଆ ସାହି ବସ୍ତି ସଭାପତି ରମେଶ ପାତ୍ର, ଶକ୍ତି ବିହାର ଉପଦେଷ୍ଟା ସର୍ବେଶ୍ୱର ବିଶୋଇ, ଶ୍ରୀକୃଷ୍ଣନଗର ଉପଦେଷ୍ଟା ନିରଞ୍ଜନ ସ୍ୱାଇଁ, ବସ୍ତି ବିକାଶ ପରିଷଦ ସଭ୍ୟ ଟୁକୁନା ମହାରଣା, ରମେଶ ମହାରଣା, ଗୌରାଙ୍ଗ ମହାରଣା, ସୁପ୍ରଭା ମହାରଣା, ମନୁ ବିଶୋଇ, ଏକାମ୍ର ବିହାରର ରବି ପାତ୍ର, ଶ୍ରୀକୃଷ୍ଣ ନଗରର ରଞ୍ଜିତା ଜେନା, ସବିତା ସେଠୀ, ମୀନତି ମହାରଣା, ବୀଣାପାଣି ମହାରଣା, ଶ୍ରୀରାମ ନଗର ମଞ୍ଜୁଲତା ମିଶ୍ର, ଝୁନୁ ମହାରଣା, ଶକ୍ତି ବିହାର ମମତା ମଲ୍ଲିକ, ରାଧାମଣି ସାହୁ, କିରଣ ମଲ୍ଲିକ, ଶ୍ରୀରାମ ନଗର ସାକେରୀ ରେଡ୍ଡି, ପ୍ରଭାତୀ ମଲ୍ଲିକ, ସୁଶମା ସାହୁ ଓ ରମେଶ ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକ ତଥା ଉତର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ବରିଷ୍ଠ ନେତ୍ରୀ ରଶ୍ମୀ ମହାପାତ୍ର, ଶ୍ରୀକୃଷ୍ଣ ନଗରର ମଣ୍ଡଳ ସଭାପତି ଅଞ୍ଜନ ନାଥ,ଅନଙ୍ଗ ବିକ୍ରମ ବିଶ୍ୱାଳ, ମାନସୀ ମଞ୍ଜରୀ ରାୟ, ଅନୁସୂୟା ସାହୁ, ମାଳତୀ ହେମ୍ରମ, ସୁଚିତ୍ରା ବେହେରା, ସ୍ୱପ୍ନାରାଣୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Share This Article