ଘୋଷଣା ହେବ ବିଜେଡିର ବାକିଥିବା ବିଧାନସଭା ଟିକେଟ, ଶେଷ ପର୍ଯ୍ୟାୟକୁ ରହିବ ଏହି ଆସନ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା 39 ଆସନ ମଧ୍ୟରୁ 20 ରୁ 25 ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।

ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି।

ତେବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ମଧ୍ୟ, ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ପରବର୍ତ୍ତି ସମୟରେ ଘୋଷଣା ହେବ ବୋଲି ଜଣାପଡିଛି।

Share This Article