ସାଇବର ଥାନା ପୁଲିସକୁ ବଡ ସଫଳତା: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଆସିଷ୍ଟାଣ୍ଟ ଶିକ୍ଷକ ଗିରଫ

Odisha Hot News
1 Min Read

ଭୁବନେଶ୍ବର: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା। ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବରେ ଭାଇରଲ କରିଥିଲେ ଜଗନ୍ନାଥ। ନିଜର ୟୁଟୁବ ଭ୍ୟିୁ ବଢାଇବା ପାଇଁ ସ୍ତ୍ରୀଙ୍କ ସହ ମିଶି ଏମିତି କରିଥିଲେ ଜଗନ୍ନାଥ। ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ। ଏନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା।

ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୁଲିସ। ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରୁଥିଲା ପ୍ରମାଣ ପାଇଥିଲା ପୁଲିସ। ଏହି ୟୁଟୁବରେ ମାଲିକ ସମୀର ସାହୁଙ୍କୁ ଗିରଫ କରିଥିଲା ପୁଲିସ। ଯାହାଙ୍କ ଘର ଗଂଜାମର ରମ୍ଭା । ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା। ପ୍ରୋ ଆନ୍ସର ଚ୍ୟାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲା। ଏକ୍ସକ୍ଲୁଜିଭ ଭ୍ୟିୁ ପାଇଁ ନିଜର ୟୁଟ୍ୟୁବ ଚାଲେନରେ ପ୍ରସାରଣ କରୁଥିଲେ। ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ ହୋଇଛି। ୟୁଟୁବରେ ସବୁ ଭିଡ଼ିଓ ଜବତ ହୋଇଛି। ଏ ନେଇ ଡିସିପି ପ୍ରେସମିଟ କରି ସୂଚନା ଦେଇଛନ୍ତି।

Share This Article