ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୩ ବିଧାୟକଙ୍କୁ ରିପିଟ୍, 4 ନୂଆ ମୁହଁ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ତାହାର ତୃତୀୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଏଥିରେ ଦଳ ୩ ଜଣ ବିଧାୟକଙ୍କୁ ରିପିଟ୍ କରିଥିବା ବେଳେ ଚାରି ଜଣ ନୂଆ ମୁହଁକୁ ପ୍ରାର୍ଥୀ କରିଛି। ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ସାଲେପୁରରୁ ପ୍ରଶାନ୍ତ ବେହେରା, ରାଉରକେଲାରୁ ସାରଦା ପ୍ରସାଦ ନାୟକ ଓ ବାଲେଶ୍ୱରରୁ ସ୍ୱରୂପ ଦାସ।

ସେହିପରି ନୂଆ ମୁହଁ ଭାବେ ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝୀ, ରାଇରଙ୍ଗପୁରରୁ ରାଇସିନ୍ ମୁର୍ମୁ, ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ବିଜେଡି ଟିକେଟ୍ ଦେଇଛି।

ବିଜେଡି ଏହି ତାଲିକାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେ ହେଉଛନ୍ତି କେଉଁଝରରୁ ମିନା ମାଝି। ତୃତୀୟ ପର୍ଯ୍ୟାୟ ତାଲିକାକୁ ମିଶାଇଲେ ଦଳ ଏପର୍ଯ୍ୟନ୍ତ ମୋଟ ୧୦୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।

Share This Article