ବିନା ମାସ୍କରେ ମିଳିବନି ପେଟ୍ରୋଲ,ଡିଜେଲ

Odisha Hot News
0 Min Read

ନୂଆଦିଲ୍ଲୀ : ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଆସୋସିଏଶନର ଅଧ୍ୟକ୍ଷ ଅଜୟ ବଂଶଲ କହିଛନ୍ତି ଯେ, ପେଟ୍ରୋଲ ପମ୍ପଗୁଡିକରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିନା ମାସ୍କରେ ଆସୁଥିବା ଗ୍ରାହଙ୍କୁ ପେଟ୍ରୋଲ ପମ୍ପରେ ଇନ୍ଧନ ନ ଦେବା ଲାଗି ନିଷ୍ପତ୍ତି ହୋଇଛି। ଅର୍ଥାତ୍‌ ଯେଉଁ ଲୋକମାନେ ମାସ୍କ ଲଗାଇ ପେଟ୍ରୋଲ ପମ୍ପ ଆସିବେ ନାହିଁ ସେମାନଙ୍କୁ ପେଟ୍ରୋଲ ଡିଜେଲ ପକାଇବା ସୁବିଧା ପମ୍ପରେ ମିଳିବ ନାହିଁ। ପେଟ୍ରୋଲ ପମ୍ପଗୁଡିକ ଜରୁରୀ ସେବା ମଧ୍ୟରେ ରହିଥିବାରୁ ଏହାକୁ ଲକ୍‌ଡାଉନ ପରିସରରୁ ବାଦ୍‌ ଦିଆଯାଇଛି।

Share This Article
12 Comments