ଆଜି ରାଜ୍ୟର ତିନିଟି ସହରର ତାପମାତ୍ର ୪୦ଡ଼ିଗ୍ରୀ ଟପିଲା, ୮ସହରରେ କଲା କଲବଲ

Odisha Hot News
1 Min Read

ଭୁବନେଶ୍ବର: ୨୪ଘଣ୍ଟାର ବିରତି ପରେ ରାଜ୍ୟରେ ପୁଣି ବଢ଼ିଲା ତାତି। ଆଜି ୮ସହରରେ ତାତି ୪୦ଡ଼ିଗ୍ରୀ ଛୁଇଁଛି। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଯେଉଁ ତିନିଟି ସହରର ତାପମାତ୍ର ୪୦ଡ଼ିଗ୍ରୀ ଟପିଛି ସେଗୁଡିକ ହେଲା ଝାରସୁଗୁଡା ବାରିପଦା ଏବଂ ବଲାଙ୍ଗିର। ଝାରସୁଗୁଡା ଏବଂ ବାରିପଦାରେ ସର୍ବାଧିକ ୪୦.୪ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ରେ ୪୦.୩ ଡିଗ୍ରୀ ରହିଛି। ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡ ରେ ୪୦ ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱର ଏବଂ କଟକ ରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

Share This Article