ବିଜେପି ଛାଡିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଜାଣନ୍ତୁ ସେ କୁଆଡେ ଯିବେ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବିଜେପିରୁ ଇସ୍ତଫା ଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଆଜି ନିଜର ଇସ୍ତଫା ପତ୍ର ଦଳର ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

ପ୍ରକାଶ କଟକ ଜିଲ୍ଲା ବିଜେପି ସଭାପତି ଥିଲେ। 2014 ରେ ସେ କଂଗ୍ରେସରୁ ସାଲେପୁର ବିଧାୟକ ହୋଇଥିଲେ। ପରେ 2019 ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହୋଇ ଥିଲେ। ହେଲେ ସେ ହାରିଯାଇଥିଲେ।

ପ୍ରକାଶ ଖୁବଶୀଘ୍ର ବିଜେଡିରେ ମିଶିବାର ସମ୍ଭାବନା ରହିଛି। ସାଲେପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପାର୍ଥୀ ଘୋଷଣା କରି ନଥିବାରୁ ସେ ସେହି ଆସନରୁ ବିଜେଡି ଟିକେଟରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।

Share This Article