ଯାଜପୁର :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରାପଡା ଓ ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଚରମବାଣୀ ଶୁଣାଇଥିଲେ। ଅନ୍ୟପଟରେ ବାଲେଶ୍ବର, ଭଦ୍ରକ, ଯାଜପୁରରେ ନବୀନ ପ୍ରତିଜବାବରେ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇନଥିଲେ ସତ, କିନ୍ତୁ ତାଚ୍ଛଲ୍ୟ କରି କହିଥିଲେ ଯେ କଥାେର ଦେଶ ନିର୍ମାଣ ହୁଏ ନାହିଁ। ଚାଷୀ ମହିଳା, ଯୁବକ ସମସ୍ତଙ୍କୁ ହତାଶ କରିଛି ବିଜେପି। କିଛି ବର୍ଷ ହେଲା ବିଭିନ୍ନ ନିର୍ବାଚନରେ ବିଜେପି ପରାଜିତ ହୋଇଆସୁଛି େବାଲି ସୂଚାଇ ନବୀନ କହିଥିଲେ, ସରକାରଙ୍କ ବିଭିନ୍ନ ମନମୁଖି ନୀତିି କାରଣରୁ ଚାଷୀ, ମହିଳା, ଯୁବକ, ଏସ୍ସି/ଏସ୍ଟି, ଗରିବ, ସାଧାରଣ ଲୋକେ ସମସ୍ତେ ହତାଶ। କେବଳ କଥାରେ ଦେଶ ନିର୍ମାଣ ହୁଏନାହିଁ। ଓଡ଼ିଶାରେ ଯେବେ ବି ପ୍ରାକୃତିକ ଦୁର୍ବିପାକ ହୋଇଛି, ସହାୟତା ପାଇଁ କେନ୍ଦ୍ର ଠିଆ ହୋଇନାହିଁ। ଫାଇଲିନ୍, ହୁଡ୍ହୁଡ୍ ଏବଂ ତିତ୍ଲି ଭଳି ବଡ଼ ଦୁର୍ବିପାକରେ କେନ୍ଦ୍ରରୁ କେହି ଆସିଲେ ନାହିଁ କି ରାଜ୍ୟବାସୀଙ୍କ ଭଲମନ୍ଦ କଥା ପଚାରି ବୁଝିଲେ ନାହିଁ। ଏବେ ନିର୍ବାଚନ ଋତୁ ଚାଲିଥିବାରୁ କେନ୍ଦ୍ରୀୟ ନେତାମାନେ ଭୋଟ୍ ଭ୍ରମଣରେ ଓଡ଼ିଶା ଧାଉଁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
କାଳିଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ୱାରା ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇସାରିଲେଣି। କିନ୍ତୁ କେନ୍ଦ୍ରର ବିେଜପି ସରକାର ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ। ବିଜେଡି ସରକାର ଗଠନର ପ୍ରଥମ ଦିନରେ ହିଁ ଦୁଇଟି କିସ୍ତିର କାଳିଆ ଟଙ୍କା ବାବଦରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। େକନ୍ଦ୍ର ସରକାର ଏ େକ୍ଷତ୍ରରେ ମାତ୍ର ପାଞ୍ଚ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର େବାଲି ଦର୍ଶାଇ ନବୀନ କହିଥିଲେ େଯ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସେମାନଙ୍କ ସେବା କରିବେ। ଏଥିସହିତ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିେବଦନ କରିଥିଲେ।
ଗୁଜୁରାଟରେ ବିଧାନସଭା ଆସନ ସଂଖ୍ୟା ୧୮୨। ୨୦୧୭ ନିର୍ବାଚନରେ ବିେଜପି ମାତ୍ର ୯୯ ଆସନ ପାଇଲା କାହିଁକି? ହାରୁ ହାରୁ ଜିତିଗଲା। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ପଞ୍ଜାବରେ ସବୁଠି ଡବଲ ଇଞ୍ଜିନ ଥିଲା। ହେଲା କ’ଣ? ବିଜେପି ଏ ସବୁ ରାଜ୍ୟରେ ହାରିଲା କାହିଁକି? ଗୁଜରାଟ ମଡେଲ୍ର ବହୁତ ପ୍ରଚାର କଲା ବିଜେପି। ଫଳାଫଳ କଣ ହେଲା? ଅଳ୍ପକେ ବର୍ତିଗଲା।
ଏଭଳି ପ୍ରଶ୍ନ ପଚାରି ଆଜି ବିେଜଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେଇଛନ୍ତି। ଆଉ ପାଦେ ଆଗକୁ ଯାଇ ନବୀନ ଏଭଳି ଭବିଷ୍ୟବାଣୀ ବି କରିଛନ୍ତି ଯେ ସାରା ଦେଶରେ ଏଥର ବିଜେପି ହାରୁଛି।

отзыв ip камера http://ip-kamery-kaliningrad.ru
Нужна стальная лента? лента стальная упаковочная купить широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства