ବିଜେଡିରେ ସାମିଲ ହେଲେ ବିଜେପି ନେତ୍ରୀ ଇରାନୀ ରାୟ

Odisha Hot News
1 Min Read

ଭୁବନେଶ୍ୱର: ବିଜେପି ନେତ୍ରୀ ଇରାନୀ ରାୟ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ ଇରାନୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ଇରାନୀଙ୍କ ବିଜେଡିରେ ଯୋଗ ଦେବା ଦ୍ଵାରା ବିଜେପି କୁ ବଡ ଝଟକା ଲାଗିଛି। ତାଙ୍କର ବିଜେଡ଼ିରେ ଯୋଗଦାନ ଦ୍ଵାରା ନୟାଗଡ଼ ବିଜେପିକୁ କ୍ଷତି ହୋଇପାରେ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ରେ ନୟାଗଡ଼ ବିଧାନସଭା ଆସନରୁ ବିଜେପି ଟିକେଟ୍ ରେ ଇରାନୀ ରାୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ସେ ୬୬,୭୩୭ ଭୋଟ୍ ପାଇଥିଲେ। ଇରାନୀ ଏବେ ବିଜେଡିରେ ମିଶିବା ପରେ ନୟାଗଡ଼ ବିଧାନସଭା ଆସନରେ ବିଜେଡ଼ି ର ଭୋଟ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

Share This Article