ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପରେ ଭାରତ- ବେଲଜିୟମ ମାଚ ୨-୨ରେ ଡ୍ର । ଏହି ମ୍ୟାଚରେ ହାଫ ଟାଇମ୍ ପୁର୍ବରୁ ବେଲଜିୟମ ୧-୦ରେ ଆଗୁଆ ଥିଲା । ଖେଳର ୩୬ ମିନିଟ୍ ପରେ ହରମନପ୍ରୀତ୍ ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବେଲଜିୟମ ଗୋଲକିପର୍ ଏହାକୁ ରୋକିବାରେ ସଫଳ ହୋଇଥିଲେ । ଏହା ପରେ ହରମନପ୍ରୀତ୍ ପ୍ରଥମ ଗୋଲ୍ ଦେଇଥିଲେ। କ୍ୱାର୍ଟର ୩ ଶେଷ ହେବା ବେଳକୁ ଉଭୟ ୧-୧ରେ ସମାନ ସ୍ଥିତିରେ ଥିଲେ। ଏପରି ସ୍ଥିତିରେ ସିମ୍ରନପ୍ରୀତ୍ ଗୋଲ୍ ଭାରତକୁ ଆଗୁଆ ରଖିଥିଲା । କିନ୍ତୁ ଶେଷ କେଇ ମିନିଟ୍ ରୋମାଞ୍ଚକର ଥିଲା । ଭାରତ ବିଜୟ ଲକ୍ଷ୍ୟ ନେଇ ରକ୍ଷଣାତ୍ମକ ଖେଳ ଆରମ୍ଭ କରିଥିଲେ ହେଁ ମ୍ୟାଚ୍ର ୪୭ତମ ମିନିଟ୍ରେ ସିମନ୍ ଗୋଗ୍ନାର୍ଡଙ୍କ ଶଟକୁ ଭାରତର ଗୋଲକିପର ପିଆର ଶ୍ରୀଜେଶ ଅଟକାଇ ପରି ନଥିଲେ । ଏହି ଗୋଲ୍ ସହିତ ଦୁଇ ଦଳର ସ୍ଥିତି ୨-୨କୁ ଚାଲିଆସିଥିଲା। ଏହା ଖେଳ ଶେଷ ପର୍ୟ୍ୟନ୍ତ ବଳବତ୍ତର ରହିଥିଲା । ଦର୍ଶକଙ୍କୁ ଏହି ହାଇ ଭୋଳଟେଜ ମ୍ୟାଚଟି ମନୋରଞ୍ଜନ କରିଥିଲା । ୮ ତାରିଖରେ ଭାରତ କ୍ୟାନାଡା ବିପକ୍ଷରେ ଖେଳିବ।
ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
