ଅଟୋ ଓଲଟି ୧୩ ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ମଧ୍ୟାହ୍ନରେ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ପଙ୍କଳ ସାହି ବୁଲାଣି ଠାରେ ଏକ ଅଟୋ ଟେମ୍ପୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯେଉଁଥିରେ ଚାଳକ ଆପାରାଓ ଦୋରା ସମେତ ୩ ଜଣ ଶିଶୁ, ୭ ଜଣ ମହିଳା ଓ ୨ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ଗୁରୁତର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଦାର କରି ଲକ୍ଷ୍ମୀ ବସ୍ ଯୋଗେ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ସମସ୍ତେ ବ୍ରହ୍ମପୁର ସିଦ୍ଧାର୍ଥ ନଗର ଅଞ୍ଚଳର। ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମଣିତାରା ପଞ୍ଚାୟତ କରଣ୍ଡାଇ ଗ୍ରାମର ଏକ ଭୋଜି କାର୍ଯ୍ୟ ସାରି ଫେରୁଥିବା ବେଳେ ଏହିଭଳି ଘଟଣା ଘଟିଛି।

Share This Article