ଇଡି ଅଧିକାରୀ କହି ବଡବଡ ସରକାରୀ କର୍ମଚାରୀଙ୍କୁ ଠକୁଥିଲେ ଦୁଇ ଭାଇ, ବାନ୍ଧିଲା ଏସଟିଏଫ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ୱରରେ ୨ ନକଲି ଇଡି ଅଧିକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏସଟିଏଫ ଦ୍ବାରା ଧରାପଡିଛନ୍ତି। ଏମାନେ ସଂପର୍କରେ ଦୁଇ ଭାଇ ବୋଲି ଜଣାପଡିଛି। ସେମାନେ ହେଲେ ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ର। ଏହି ଦୁଇ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର ବାସିନ୍ଦା ବୋଲି ଜଣାପଡିଛି। ଏମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଏକ କେସକୁ ରଫାଦଫା କରିବା ପାଇଁ ତାଙ୍କଠାରୁ ଲାଞ୍ଚ ମାଗିଥିଲେ।

ସେହି ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ନିଜକୁ ଇଡି ଅଧିକାରୀ କହି ଅନେକ ସରକାରୀ ଅଧିକାରୀଙ୍କୁ ଠକିଛନ୍ତି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ସେମାନେ ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ। ଫୋନ୍ ପେ’ରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିବାର ଏସଟିଏଫକୁ ସୂଚନା ମିଳିଛି।

Share This Article