ବିଜେପିରେ ଯୋଗ ଦେଇଥିବା ଅଭିନେତା ଅରିନ୍ଦମ ରାୟ କେଉଁଠାରୁ ନିର୍ବାଚନ ଲଢିବେ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଦୀର୍ଘ ବର୍ଷ ଧରି ତାଙ୍କୁ ବିଜେଡି କୌଣସି ନିର୍ବାଚନରେ ଟିକେଟ ନ ଦେବାରୁ ଅରିନ୍ଦମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସେ ବିଜେପିରେ ଯୋଗଦେବା ପରେ କେଉଁ ନିର୍ବାଚନ ମଣ୍ଡଳିରୁ ସେ ଲଢେଇ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ବିଜେଡିରେ ସେ ଥିବା ବେଳେ କଟକ ବାରବାଟୀରୁ ଲଢେଇ କରିବେ ବୋଲି କୁହାଯାଉଥିଲା। ହେଲେ ତାହା ହୋଇପାରିଲା ନାହିଁ। ବର୍ତ୍ତମାନ ବିଜେପିରୁ ସେହି କଟକ ବାରବାଟୀ ରୁ ସେ ବିଧାୟକ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ସେଥିପାଇଁ ସେ ପୂର୍ବରୁ ସେଠାରେ ସଂଗଠନ କରିଆସିଛନ୍ତି।

ତେବେ ଅନ୍ୟ ଏକ ସୁତ୍ରରୁ ପ୍ରକାଶ ଯେ, ବିଜେପିର ବର୍ତ୍ତମାନ କଟକ ଲୋକସଭା ଆସନରେ ଲଢେଇ କରିବା ପାଇଁ କେହି ଉପଯୁକ୍ତ ପ୍ରାର୍ଥୀ ନାହାଁନ୍ତି। ଗତଥର ପ୍ରାର୍ଥୀ ହୋଇଥିବା ପ୍ରକାଶ ମିଶ୍ରଙ୍କର ଲୋକସଂପର୍କ ଭଲ ନାହିଁ। ଅନ୍ୟପକ୍ଷରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କଟକ ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ହେଲେ ତାଙ୍କ ପ୍ରାର୍ଥୀତ୍ବକୁ ନେଇ ଅନେକ ଅସନ୍ତୁଷ୍ଠ ଅଛନ୍ତି। ସେଥିପାଇଁ ଅରିନ୍ଦମ ଆବଶ୍ୟକ ପଡିଲେ କଟକ ଲୋକସଭା ପାଇଁ ଲଢେଇ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share This Article