ବାଲୁଗାଁ ରେଳ ଷ୍ଟେସନରେ ରହିଲା ବନ୍ଦେ ଭାରତ ଏକ୍ସପ୍ରେସ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଦେଶରେ ୧୦ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଛି। ଭୁବନେଶ୍ୱରରୁ ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି।

ତେବେ ଉକ୍ତ ଟ୍ରେନ ଆଜି ସକାଳ ୬.୨୩ ମିନିଟରେ ବାଲୁଗାଁ ଷ୍ଟେସନ ଠାରେ ରହଣି କରିଛି। ରେଳ ମନ୍ତ୍ରାଳୟ ସୂଚୀ ମୁତାବକ ବାଲୁଗାଁ ଷ୍ଟେସନରେ ଉକ୍ତ ଟ୍ରେନ ପ୍ରତିଦିନ ସକାଳ ୬.୨୩ ମିନିଟରେ ପହଁଚି ୬.୨୫ ମିନିଟରେ ଛାଡିବ। ସେହିପରି ଭାବେ ରାତିରେ ବିଶାଖାପାଟଣାରୁ ଆସି ୭.୨୩ ମିନିଟରେ ବାଲୁଗାଁ ଷ୍ଟେସନ ପହଞ୍ଚି ୭.୨୫ ମିନିଟରେ ଛାଡିବ।

ତେବେ ଆଜି ଟ୍ରାଇଲ ରନ ହୋଇଥିବା ବେଳେ ଆସନ୍ତାକାଲିଠାରୁ ନିୟମିତ ଭାବେ ଉକ୍ତ ଟ୍ରେନ ବାଲୁଗାଁରେ ରହିବ ବୋଲି ଷ୍ଟେସନ ମ୍ୟାନେଜର ଶଙ୍କର ନାୟକ ସୂଚନା ଦେଇଛନ୍ତି।  ତେବେ ଉକ୍ତ ଖବର ଜାଣିବା ପରେ ବାଲୁଗାଁ ଓ ବାଣପୁରବାସୀ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share This Article