ପିଆଜ ଟ୍ରକ୍ ଓଲଟି ଚାଳକ ମୃତ, ହେଲ୍ପର ଗୁରୁତର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଆଙ୍କୁଲି ବାଇପାସ୍ ଜାତୀୟ ରାଜପଥ ଓଭରବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ଏକ ପିଆଜ ଟ୍ରକ୍ ଓଲଟି ପଡିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ନଂ ଟି ଏନ୍୫୨ କେ ୫୧୭୩। ଉକ୍ତ ଟ୍ରକ୍ କଲିକତାରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଏହି ଭଳି ଘଟଣା ଘଟିଛି।

ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଭିତରେ ଚାଳକ ଓ ହେଲ୍ପର ଚାପି ହୋଇ ରହିଯାଇଥିଲେ। ଖବର ପାଇ ବୈଦ୍ୟନାଥପୁର୍ ଥାନା ଓ ଟ୍ରାଫିକ ଥାନା ପୋଲିସ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ କାଚ ଭାଙ୍ଗି ଚାଳକ ଓ ହେଲ୍ପର କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚାଳକ ପି ଗୋବିନ୍ଦ ରାଜୁକୁ ମୃତ ଘୋଷଣା କରିଥିଲା ବେଳେ ଗୁରୁତର ଆହତ ହେଲ୍ପର ଏସ୍ ନନିଭାଲୁ ଚିକିତ୍ସିତ ହେଉଛନ୍ତି।

Share This Article