ବାଲୁଗାଁ: ଟ୍ରାଫିକ ପୋଲିସକୁ ଆକ୍ରମଣ କରି ଜେଲ ଗଲେ ଅଭିଯୁକ୍ତ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଟ୍ରାଫିକ ପୋଲିସକୁ ଆକ୍ରମଣ କରିବା ମହଙ୍ଗା ପଡ଼ିଛି। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଖବର ମୁତାବକ ବାଲୁଗାଁ ଗାନ୍ଧୀ ଛକରେ କାର୍ଯ୍ୟରତ ଟ୍ରାଫିକ କନଷ୍ଟେବଳ ଅଶୋକ କୁମାର ନାୟକଙ୍କୁ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବଳରାମ ଭୂୟୀଆଁ ମଦ୍ୟପାନ କରି ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଯାହାଫଳରେ କନଷ୍ଟେବଳ ନାୟକ ମୂର୍ଚ୍ଛିତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଆକ୍ରମଣକାରିଙ୍କ କବଳରୁ ଉଦ୍ଧାର କରିଥିଲେ।

ଏ ନେଇ ଅଶୋକ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ବାଲୁଗାଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Share This Article