ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଆଜି ସେ ନିଜ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇ ମିଶ୍ରଣ ପର୍ବରେ ସାମିଲ କରାଯାଇଥିଲା। ଏଥିରେ ମହାଙ୍ଗା ବିଧାୟକ ପ୍ରତାପ ଜେନା, ଅଂଶମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ଏବଂ ସୁଶାନ୍ତ ରାଉତ ପ୍ରମୁଖ ଅରବିନ୍ଦଙ୍କୁ ଦଳରେ ସାମିଲ କରାଇଥିଲେ।

ମିଶ୍ରଣ ପରେ ସେ ମିଡିଆଙ୍କୁ କହିଛନ୍ତି ଯେ, ଆଜି ମୋ ପାଇଁ ଏକ ଖୁସିର କଥା। ଆଜି ମୁଁ ବିଜେଡିରେ ଯୋଗ ଦେଇଛି। ବହୁଦିନ ଧରି ପାଟକୁରା ଅଞ୍ଚଳରେ କାମ କରୁଛି। ବିଜେଡିରେ ଯୋଗଦେବା ପୂର୍ବରୁ ମୁଁ ପାଟକୁରା ଲୋକଙ୍କ ସହିତ କଥା ହୋଇଛି। ସେମାନଙ୍କ ମତରେ ମୁଁ ବିଜେଡିରେ ଯୋଗ ଦେଲି। ଏହି ଉପଲକ୍ଷେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ତେବେ ତାଙ୍କର ବାପା ବିଜୟ ମହାପାତ୍ର ମଧ୍ୟ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ସେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହିତ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ ତାହା ଶେଷ ମୂହୁର୍ତ୍ତରେ ବାତିଲ ହୋଇଥିବାର ଜଣାପଡିଛି।

Share This Article