ଓଡିଶାରେ ମେଣ୍ଟ ହେବ ନାହିଁ ବୋଲି କହିଲେ ବିଜେପି ସଭାପତି ମନମୋହନ ସାମଲ ଏବଂ ତୋମାର

Odisha Hot News
1 Min Read

ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ ନାହିଁ। ବିଜେପି ଓଡିଶାର 147 ବିଧାନସଭା ଏବଂ 21 ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ସେ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ରାଜ୍ୟରେ ମେଣ୍ଟ ହେବ ବୋଲି ଯାହା ପ୍ରଚାର ଚାଲିଛି ଚାହା କେବଳ ଗୁଜବ। ଏପରି ଗୁଜବକୁ କିଏ ସୃଷ୍ଟି କରୁଛି ଏବଂ କାହିଁକି କରୁଛି ତାହା ଜାଣି ହେଉ ନାହିଁ। ମନମୋହନ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ଦଳର ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ମେଣ୍ଟ ନେଇ ସେହି ବୈଠକରେ ଆଲୋଚନା ହୋଇଛି ଏବଂ ମନମୋହନ ଆସିଲେ ତାହା ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ତାହାକୁ ସ୍ପଷ୍ଟ କରିଛନ୍ତି।

ସେହିପରି ଓଡିଶା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସେହି କଥା କହିଛନ୍ତି। ସେ ସିଧା କହିଛନ୍ତି ଯେ, ରାଜ୍ୟରେ ମେଣ୍ଟ ହେବ ବୋଲି ବିଜେଡି ପ୍ରଚାର କରିବାରେ ଲାଗିଛି। ସେ କହିଛନ୍ତି ଯେ, ମୁଁ ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହିତ କଥା ହୋଇଛି, ସେ ମେଣ୍ଟକୁ ସିଧା ମନା କଲେ। ଆଗାମୀ ନିର୍ବାଚନରେ ବିଜେପି ଓଡିଶାରେ ଏକାକୀ ଲଢେଇ କରିବ ବୋଲି ତୋମାର କହିଛନ୍ତି।

Share This Article