ବଲାଙ୍ଗିର: ତାତିଲେ ମାତିଲେ ମଦ ଭାଟିକୁ ଭାଙ୍ଗିବା ସହ ଚୋରା ମଦ ବ୍ୟବସାୟୀକୁ ନିସ୍ତୁକ ପିଟିଲେ ମହିଳା । ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ ବଡ଼ବାବେଜୁରୀ ଗାଁରେ ଦେଖିବାକୁ ମିଳିଛି ମହିଳାମାନଙ୍କର ଏକତାର ଦୃଶ୍ୟ । ତେବେ ପଞ୍ଚାୟତରେ ଥିବା ଏକାଧିକ ସ୍ୱଂୟ ସହାୟକ ଦଳର ମହିଳାମାନେ ମିଶି ମଦ ବ୍ୟବସାୟୀକୁ ମାଡ଼ ମାରିବା ସହ ଭାଟିକୁ ଭାଙ୍ଗି ସବୁ ମଦକୁ ନଷ୍ଟ କରି ଏଥିରେ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡ଼ିଛି । ପୂର୍ବରୁ ଅନେକ ଥର ମଦ ବନ୍ଦ ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ବିଡ଼ିଓ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ତେବେ ମଦ ବ୍ୟବସାୟୀମାନେ ସାରା ଅଂଚଳରେ ମଦର ପ୍ରସାର କରିବା ସହ ବହୁ ପରିବାର ଅଶାନ୍ତିରେ ଦିନ କାଟୁଥିଲେ । ଏହି ଜନଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେଲା । ମେଳି ବାନ୍ଧିଲେ ମହିଳା ଆଇନକୁ ହାତକୁ ନେଲେ ଦିବା ଲୋକରେ ମଦ ଦୋକାନକୁ ଭାଙ୍ଗିଲେ ।
ତାତିଲେ ମାତିଲେ ମଦ ଭାଟିକୁ ଭାଙ୍ଗିବା ସହ ଚୋରା ମଦ ବ୍ୟବସାୟୀକୁ ନିସ୍ତୁକ ପିଟିଲେ ମହିଳ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Narkolog na dom_zuSn on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Andrewjer on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- Sullivanhyday on ଆଜିର ରାଶିଫଳ
- Drewasync on ଆଜିର ରାଶିଫଳ
- Kak naiti cheloveka po nomery telefona_eesr on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
