ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପାରିକୁଦରୁ ଆସିଥିବା ମହିଳାଙ୍କ ମୃତ୍ୟୁ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଗ୍ରାମ ଛକରେ ଏକ ମର୍ମନ୍ତୁଦ ସଡକ ଘଟଣା ଘଟିଯାଇଛି। ଏକ କଣ୍ଟେନର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବଡ଼ଅଁଳ ଗ୍ରାମର ସଂଗ୍ରାମ କେଶରୀ ଜେନା (୨୮) ନିଜ ମାମୁଁଘର ବିବାହ କାର୍ଯ୍ୟ ସାରି ଆଜି ବଡି ଭୋରରୁ ନିଜ ମା’ ଅମୁଲ ଜେନାଙ୍କ ସହ ଏକ ସ୍କୁଟିରେ ନିଜ ଗ୍ରାମ ବଡ଼ ଅଁଳକୁ ଫେରୁଥିଲେ। ତେବେ ହଠାତ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଗ୍ରାମ ଛକ ନିକଟରେ ଏକ ଅଣ୍ଡା ବୋଝେଇ କଣ୍ଟେନର ସଂଗ୍ରାମଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସଂଗ୍ରାମଙ୍କ ମା’ ଅମୁଲ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।

ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ତାଙ୍କୁ ବାଲୁଗାଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ସଂଗ୍ରାମ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ଼ ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରିବା ସହ ଗାଡି ଚାଳକଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Share This Article