ମିଶନ ଶକ୍ତିର ବିପିଏମଙ୍କୁ ବିଜେଡି ଯୁବ ସଭାପତିଙ୍କ ଦୁର୍ବ୍ୟବହାର, ଗିରଫ ଦାବୀରେ ଥାନା ଘେରାଉ କଲେ ମହିଳା

Odisha Hot News
1 Min Read

ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ଯୁବ ବିଜେଡି ସଭାପତି ମହିଳା ବିପିଏମ୍ ଙ୍କୁ ଅସଦାଚରଣ ସହ ଗାଳିଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଗିରଫ ଦାବୀ କରି ରେଢ଼ାଖୋଲ ଥାନା ଘେରାଉ କରିଥିଲେ ଶତାଧିକ ମହିଳା। ଅଭିଯୋଗରୁ ପ୍ରକାଶ ଯେ, ରେଢ଼ାଖୋଲ ବ୍ଲକ୍ କାର୍ଯ୍ୟାଳୟରେ ବିଜେଡି ର ଯୁବ ସଭାପତି ସୁର୍ଯ୍ୟକାନ୍ତ ପ୍ରଧାନ ବିପିଏମ୍ ସସ୍ମୀତା ଦାଶଙ୍କୁ ସର୍ବ ସମ୍ମୁଖରେ ଅସଭ୍ୟ ଭାଷା ସହ ଗାଳିଗୁଲଜ କରିଥିଲେ। କାର୍ଯ୍ୟଳୟରୁ ବାହାରିଲେ ଏସିଡି ପକେଇ ରାସ୍ତାରେ ଉଲଗ୍ନ କରି ଗୁଣ୍ଡା ଲଗାଇ ମାରିଦେବା ପାଇଁ ଧମକ ଚମକ ଦେଇଥିବା ନିଜେ ବିପିଏମ୍ ଅଭିଯୋଗ କରିଥିଲେ।

ସଂପୃକ୍ତ ଯୁବ ସଭାପତିକୁ ଗିରଫ ଦାବୀରେ ରେଢାଖୋଲ ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ମଧ୍ୟ ଦେଇଛନ୍ତି ଶତାଧିକ ମହିଳା। ଏପରିକି ଗିରଫ ଦାବୀରେ ରେଢାଖୋଲ ଥାନାକୁ ଘେରାଉ କରିଥିଲେ ଶତାଧିକ ମହିଳା। ଅଭିଯୋଗ କରିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଢ଼ାଖୋଲ ପୋଲିସ୍ ସଂପୃକ୍ତ ବିଜେଡି ସଭାପତିକୁ ଗିରଫ ନ କରିବାରୁ ମହିଳାମାନେ ଥାନା ଘେରାଉ କରିଥିଲେ।

ଏହି ଘଟଣାକୁ ନେଇ ତ୍ରିବଣପୁର ପଂଚାୟତର ସମସ୍ତ ମହିଳା ସଂଘର ସଭ୍ୟାମାନେ ରେଢ଼ାଖୋଲ ଥାନା ଘେରାଉ କରିଥିଲେ। ବିଜେଡି ନେତା ଗିରଫ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି।

Share This Article