ପୁରୀର ଶ୍ରୀଜଗନ୍ନାଥ ବିମାନ ବନ୍ଦର ପାଇଁ ହେଲା ଟେଣ୍ଡର, ତିନି ବର୍ଷରେ ଶେଷ ହେବ କାମ

Odisha Hot News
1 Min Read

ଭୁବନେଶ୍ବର: ଖୁବ ଶିଘ୍ର ପୁରୀର ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ ଆରମ୍ଭ ହେବ। ଏ ନେଇ ଇଡକୋ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏହି ବିମାନ ବନ୍ଦ ଭୁବନେଶ୍ବର ବିମାନ ବନ୍ଦରଠାରୁ ବଡ ହେବ ବୋଲି ପରିକଳ୍ପନା କରାଯାଇଛି। ଏଥିପାଇଁ 22 ଶହ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ରଖାଯାଇଛି। ଏହା ପିପିପି ମୋଡରେ କରାଯିବ ବୋଲି ନିଷ୍ପତି କରାଯାଇଛି।

ପ୍ରାୟ 11 ଶହ ଏକର ପରିମିତ ସ୍ଥାନରେ ଏହି ବିମାନ ବନ୍ଦର ନିର୍ମାଣ କରାଯିବ ଏବଂ ରାଜ୍ୟ ସରକାର ସମସ୍ତ ଜମି ଯୋଗାଇ ଦେବେ। ଏହି ଟେଣ୍ଡର ଆସନ୍ତା ଏପ୍ରିଲ 21 ତାରିଖରେ ଖୋଲାଯିବ। ତେବେ ତା ପୂର୍ବରୁ ଏପ୍ରିଲ 15 ତାରିଖରେ ଏକ ପ୍ରିଟେଣ୍ଡର ବୈଠକ କରାଯିବ ବୋଲି କୁହାଯାଇଛି। ଆସନ୍ତା 2026 ବେଳକୁ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ଥିର କରାଯାଇଛି।

 

 

 

Share This Article