କଟକ ବାରବାଟୀ ଆସନକୁ ନେଇ ଏପରି କହିଲେ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାରୁ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରୁ ଗତକାଲି ଦୁଇଜଣଙ୍କ ନାମ ଘୋଷଣା ହୋଇଛି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ତେବେ ସକ୍ରିୟ ରାଜନୀତିରେ ଥିବା ଦେବାଶିଷ ରାଜ୍ୟସଭାକୁ ଯିବା ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ଆଜି ସେ କହିଛନ୍ତି ଯେ, ବିଧାନସଭାରୁ ରାଜ୍ୟସଭାକୁ ଯିବା ଏକ ପ୍ରମୋସନ। ମୋତେ ମୁଖ୍ୟମନ୍ତ୍ରୀ ଏହି ପ୍ରମୋସନ ଦେଇଥିବାରୁ ବହୁତ ଧନ୍ୟବାଦ ଦେଉଛି। ସେ ଯେପରି ନିର୍ଦ୍ଦେଶ ଦେବେ ସେହି ଅନୁସାରେ ମୁଁ କାମ କରିବି। ଦିଲ୍ଲୀ ଦରବାରରେ ଓଡିଶାର ବିକାଶର ପ୍ରସଂଗ ଉତଥାପନ କରିବି ବୋଲି ଦେବାଶିଷ କହିଛନ୍ତି।

ତେବେ କଟକ ବାରବାଟୀକୁ ନେଇ ଦେବାଶିଷ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏହି ଆସନ ପାଇଁ ଏକ ସରପ୍ରାଇଜ ଦେବେ। କଟକ ହେଉଛି ତାଙ୍କର ଜନ୍ମମାଟି, ସେଥିପାଇଁ ସେ ଏହି ଆସନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଦେବେ ବୋଲି ଦେବାଶିଷ କହିଛନ୍ତି।

Share This Article