ନବୀନଙ୍କ ବଡ ନିଷ୍ପତି, ରାସନ କାର୍ଡଧାରୀଙ୍କୁ ମିଳିବ ମାଗଣା ଚାଉଳ ସହ ୧ ହଜାର ଟଙ୍କା, କ୍ୟାବିନେଟ ଅନୁମୋଦନ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଉଛନ୍ତି ସେମାନଙ୍କୁ ଏଣିକି ୧  ହଜାର ଟଙ୍କା ଲେଖାଏଁ ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ଏଥିସହିତ ଚାଉଳ ଗହମ ନେବା ପାଇଁ ସେମାନଙ୍କୁ ଦୁଇଟି ଭଲ ଝୋଟ ବ୍ୟାଗ ମଧ୍ୟ ପ୍ରଦାନ କରାଯିବ। କେବଳ ସେତିକି ନୁହେଁ ଏହି ଶ୍ରେଣୀ ପରିବାରର ଯୁବ ଉଦ୍ୟୋଗୀଙ୍କୁ ନବୀନ ସରକାର ବ୍ୟବସାୟ କରିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦେବେ।  ଏହାଦ୍ୱାରା ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ।

ଆଜି ରାଜ୍ୟ କ୍ୟାବିନେଟର ୭୨ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ବିଶଦ ସୂଚନା ଦେଇଥିଲେ।

ଆଜିର କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗ ର ୨୭ ଟି ପ୍ରସ୍ତାବ ଆଗତ କରାଯାଇଥିଲା ବେଳେ ସେଥିରୁ ୨୬ଟି ପ୍ରସ୍ତାବ ପାରିତ ହୋଇଛି।

Share This Article