ଭାରତ ବିକାଶ ପରିଷଦ ତରଫରୁ ଖୋର୍ଦ୍ଧାରେ ଏନିମିଆ ମୁକ୍ତ ଭାରତ ଅଭିଜାନ

Odisha Hot News
1 Min Read

ଖୋର୍ଦ୍ଧା: ରାଷ୍ଟ୍ରୀୟ ମହିଳା ଦିବସ ସପ୍ତାହ ଅବସରରେ ଭାରତ ବିକାଶ ପରିଷଦ ଖୋର୍ଦ୍ଧା ବରୁଣେଇ ଶାଖା ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ବାଲ ଓ ମହିଳା ବିକାଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଷଦ ସଭାପତି ଡ.ଅଜୟ ମିଶ୍ର ଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜିବୀ ଅଜିତ ପଟ୍ଟନାୟକ ମୁଖ୍ଯଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ଭାରତବର୍ଷ ଝାନସୀରାଣୀ, ଲକ୍ଷ୍ମୀବାଇ, ଜିଜାବାଈ ଙ୍କ ଭଳି ମହିୟସୀ ମହିଳାଙ୍କ ଦେଶ। ଏକ ସୁସ୍ଥ ସମାଜ ଗଠନ ରେ ମହିଳାଙ୍କ ପ୍ରମୁଖ ଭୂମିକା ରହିଛି। ମହିଳାଙ୍କ ସମୃଦ୍ଧିରେ ହେବ ବିକଶିତ ଭାରତ। ସଭାପତିତ୍ବ ଭାଷଣରେ ମିଶ୍ର କହିଲେ ମହିଳାଙ୍କ ମଧ୍ଯରେ ଶକ୍ତି ଓ ସାମର୍ଥ୍ଯ ରହିଛି। ନିଜ ଅନ୍ତର୍ନିହିତ ପ୍ରତିଭା ବିକାଶ ଲାଗି ପରାମର୍ଶ ଦେଇଥିଲେ।

ପରିଷଦ ସଚିବ ଅଧ୍ୟାପିକା ପ୍ରବୀଣା ପଟ୍ଟନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ରେ ଏହି ଦିବସ ଆଭିମୁଖ୍ଯ କହିଥିଲେ। ସର୍ବ ଭାରତୀୟ ସ୍ତରରେ ପରିଷଦ ଏନିମିଆ ମୁକ୍ତ ଭାରତ ଅଭିଜାନ ଜାରି ରଖିଛି। ଏହି ଅବସରରେ ଖୋର୍ଦ୍ଧାରେ ଆଜି ଠାରୁ ଏହି ଅଭିଜାନ ଶୁଭାରମ୍ଭ ହୋଇଯାଇଛି ବୋଲି ପଟ୍ଟନାୟକ ସୂଚନା ଦେଇଛନ୍ତି। ସୁସ୍ଥ ମନରେ ସୁସ୍ଥ ଶରୀର। ସୁସ୍ଥ ପରିବେଶ ରୁ ସୁସ୍ଥ ସମାଜ ଗଠନ ହୋଇପାରିବ। ଏହିଅବସରରେ 30ରୁ ଉର୍ଦ୍ଧ୍ବ ମହିଳା ଓ କିଶୋରୀଙ୍କ ରକ୍ତ ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ପରିଷଦର ଅର୍ଥ ସଚିବ ରୋଜାଲିନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସଦସ୍ଯ ଶୁଶାନ୍ତ ମୋହନ ପଟ୍ଟନାୟକ, ସତ୍ଯ ନାରାୟଣ ବିଶୋଇ, ଦିଲୀପ ପୃଷ୍ଟି, ଅମରଜିତ ସିଂ ପ୍ରମୁଖ ସଂଯୋଜନା କରିଥିଲେ। ପରିଷଦର ସମସ୍ତ ସଦସ୍ଯ, ସଦସ୍ଯା ଓ ଏକାଧିକ ମହିଳା ଉପସ୍ଥିତ ଥିଲେ।

Share This Article