ଭିଜିଲାନସ ଜାଲରେ ପଡିଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ, ବିଭିନ୍ନ ସ୍ଥାନରେ ଚଢାଉ

Odisha Hot News
1 Min Read

କଟକ: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ। ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଅଫିସର ତାଙ୍କୁ ଧରିଛନ୍ତି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ପାଞ୍ଚୋଟି ସ୍ଥାନରେ ଚଢାଉ ଚାଲିଛି। ତେବେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

ଘଟଣାରୁ ଜଣାପଡିଛି ଯେ, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବୀତିୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବୀତିୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଗଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଲା।

ସେହି ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି  ନିରଂଜନ ଅତି। ତାଙ୍କ ନିକଟରୁ ରଂଗବୋଲି ଟଙ୍କା ଜବତ ସହିତ ତାଙ୍କର ଘର ଅଫିସରେ ଚଢାଉ ଚାଲିଛି।

Share This Article