ଭୁବନେଶ୍ବରର ପଳାଶପଲ୍ଲୀ ଠାରେ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Odisha Hot News
0 Min Read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ପଳାଶ ପଲ୍ଲୀ ଠାରେ ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କରିଛନ୍ତି। ଏଥିରେ ୩୧ ଟି ଘର ରହିଛି।ଏହାଦ୍ବାରା ୯୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି।

ଏମାନେ ସମସ୍ତେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଛନ୍ତି। ଏକ ମେଡିକାଲ୍ ଟିମ୍ ପ୍ରତି ସପ୍ତାହରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି। ସେମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଡ୍ରେସିଂ କିଟ୍, ଜୋତା ଓ ଟ୍ରାଇ ସାଇକଲ ପ୍ରଭୃତି ବିଭିନ୍ନ ଉପକରଣ ଯୋଗାଇ ଦିଆ ଯାଇଛି।

Share This Article