ମିନାକ୍ଷୀ ବାହିନୀପତି ହେଲେ ଓଡିଶା ମହିଳା କଂଗ୍ରେସର ସଭାନେତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି ଓଡିଶା ମହିଳା କଂଗ୍ରେସର ସଭାନେତ୍ରୀ। ଏ ନେଇ ଆଜି ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ କଂଗ୍ରେସ ସଭାପତି ସ୍ବୀକୃତ ପ୍ରଦାନ କରିଛନ୍ତି ବୋଲି ଉଲ୍ଲେଖ ରହିଛି।

ମିନାକ୍ଷୀ ବାହିନୀପତି ହେଉଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଧର୍ମପତ୍ନୀ। ସେ ପୁର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଛାମୁଆ ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ମିନାକ୍ଷୀଙ୍କ ନେତୃତ୍ବରେ ରାଜ୍ୟରେ ମହିଳା କଂଗ୍ରେସ ବେଶ ଭଲ କରିବ ବୋଲି ଦଳ ଆଶା କରିଛି।

Share This Article