ଖୋର୍ଦ୍ଧା: ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ, ଚାରି ଗିରଫ

Odisha Hot News
1 Min Read

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ। ଗାଡି ଚାଳକଙ୍କୁ ଅପହରଣ କରି ଜିନିଷ ଲୁଟିବାକୁ ଚାଲିଥିଲା ଯୋଜନା। ଚାରି ଡକାୟତଙ୍କୁ ବାନ୍ଧିଲା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ।

ସୂଚନା ମୁତାବକ ବରୁଣେଇ ଜଙ୍ଗଲ ବେଣାପଞ୍ଜୁରୀ ରୋଡରେ ଡକାୟତି ପାଇଁ ଯୋଜନା ଚାଲିଥିବାର ଖବର ପାଇଥିଲା ପୋଲିସ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପୋଲିସ ଚଢ଼ଉ କରି ଚାରି ଜଣଙ୍କୁ ଗିରଫ କରିଛି, ତାଙ୍କଠାରୁ ଲୁହା ରଡ଼, ଛୁରୀ ଜବତ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ପଟ୍ଟନାୟକ, ରଶ୍ମିରଞ୍ଜନ ଦାସ, ସଞ୍ଜୟ ଚମ୍ପତ୍ତି ଓ ବିପିନ ରାଉତ।

ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇ ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ଉକ୍ତ ଅଭିଯୁକ୍ତ ମାନେ ଜାତୀୟ ରାଜପଥରେ ଜନସାଧାରଣଙ୍କୁ ଟାର୍ଗେଟ କରି ଲୁଟ କରୁଥିଲେ।

Share This Article