ରଣପୁର: ଜାତୀୟ ବାଳିକା ଦିବସ ପାଳିତ

Odisha Hot News
1 Min Read

ରଣପୁର: ଜାତୀୟ ବାଳିକା ଦିବସ ଅବସରରେ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ପ୍ରବଚିକା ଡ଼. କଳ୍ପନା ରଥ, ସମ୍ମାନିତ ଅତିଥି ଭାବେ ରଣପୁର ଏନ.ଏ.ସି. ଚେୟାରମ୍ୟାନ ରଙ୍ଗୀନ ମହାନ୍ତି, ରଣପୁର ବିଡ଼ିଓ ସୁଧୀର କୁମାର ନାୟକ, ସିଡିପିଓ ମାଧୁରୀ ପଣ୍ଡା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ନିଖିଳ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା ଝିଅ ଓ ପୁଅ ମଧ୍ୟରେ ତଫାତ କରିବା ନାହିଁ ବୋଲି ମତ ପ୍ରକାଶ କରିଥିଲେ। ସେହିପରି ରଣପୁର ଏନ.ଏ.ସି. ଚେୟାରମ୍ୟାନ ରଙ୍ଗୀନ ମହାନ୍ତି ଝିଅମାନଙ୍କୁ ସମ୍ମାନ ଅଧିକାର ଦେଇ ପାଠ ପଢେଇବା ପାଇଁ କହିଥିଲେ। ଅଙ୍ଗନବାଡି ସିଡିପିଓ ନିଜ ଲକ୍ଷରେ ଅଟଳ ରହି କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳ ହେବେ ବୋଲି ମତ ରଖିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। କୈଳାଶ ଚନ୍ଦ୍ର ମାଝୀ, ସୁଶୀଲ କୁମାର ରଣା, ଜ୍ୟୋତି ରଞ୍ଜନ କର, ସୁଧାକର ମିଶ୍ରଙ୍କ ସମେତ ସମସ୍ତ ସାଧନ କେନ୍ଦ୍ର କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗ୍ରୁପ, ଅଙ୍ଗନବାଡି କର୍ମୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Share This Article