କାଠ ଫାଳିଆରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

Odisha Hot News
1 Min Read

ବ୍ରହ୍ମପୁର (କୈଲାଶ ଚନ୍ଦ୍ର ଚୌଧୁରୀ): ହିଂଜିଲି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ବିଜୟ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କାଠ ଫାଳିଆରେ ବିଜୟଙ୍କ ମୁଣ୍ଡକୁ ଆକ୍ରମଣ ହୋଇଛି। ଯାହା ଫଳରେ ବିଜୟଙ୍କ ଘଟଣା ସ୍ଥଳେ ହିଁ ମୃତ୍ୟୁ ହୋଇଥିଲା।

କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣା ସ୍ଥଳେ ପହଞ୍ଚି ମୃତ ଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଞ୍ଚଳ ବାସିନ୍ଦା ଠାରୁ ଜଣାପଡିଛି ଯେ, ବିଜୟ ଜଣେ ନିଶାଗ୍ରସ୍ତ ଯୁବକ ଓ ଆଗ ଦିନ ଆକ୍ରମଣକାରୀ ରାମକୃଷ୍ଣ ସାହୁଙ୍କ ଘର ବାରଣ୍ଡାରେ ଶୋଇ ପଡ଼ିଥିଲା। ସକାଳୁ ଉଭୟଙ୍କ ମଧ୍ୟରେ ଋଣ ଟଙ୍କା କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏତିକି ବେଳେ ଉତ୍ତ୍ୟକ୍ତ ରାମକୃଷ୍ଣ ଏକ କାଠ ଫାଳିଆରେ ବିଜୟଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେବା ପରେ ସେ ଜୀବନ ବଞ୍ଚାଇବାକୁ ବାହାରକୁ ଆସି ରାସ୍ତା ଉପରେ ପଡ଼ିଯାଇଥିଲା ଓ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।

ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବିଜୟଙ୍କ ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ ରାମକୃଷ୍ଣକୁ ଉଠେଇ ଆଣି ଥାନାରେ ରଖି ପଚରାଉଚରା କରୁଛି।

Share This Article