ରାଜ୍ୟପାଳଙ୍କ ନୟାଗଡ ଗସ୍ତ: ଦର୍ପନାରାୟଣପୁର ଡାକ୍ତରଖାନା କଲେ ପରିଦର୍ଶନ

Odisha Hot News
1 Min Read

ରଣପୁର: ଆଜି ରାଜ୍ୟପାଳ ରଘୁବର ଦାସଙ୍କ ନୟାଗଡ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ ସେ ରଣପୁର ବ୍ଲକ ଅଧିନସ୍ଥ ଦର୍ପନାରାୟଣପୁର ଡାକ୍ତରଖାନାରେ ପହଂଚି ଡାକ୍ତରଖାନାର ସ୍ଥିତି ସମୀକ୍ଷା କରିଥିଲେ। ଏହା ସହ ଡାକ୍ତରଖାନାର ଡାକ୍ତର ଓ ରୋଗୀଙ୍କ ସହିତ ଆଲୋଚନା କରି ଡାକ୍ତରଖାନାର ଭଲମନ୍ଦ ବୁଝିଥିଲେ।

ଏହି ଅବସରରେ ସ୍ଥାନୀୟ ଅଧିବାସୀମାନେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇବା ସହ ତାର ସମାଧାନ ପାଇଁ ଗୁହାରି କରିଥିଲେ। ଧାନ ମଣ୍ଡିରେ କଟଣି ଛଟଣି ନେଇ ଦର୍ପନାରାୟଣପୁର ଗ୍ରାମବାସୀମାନେ ରାଜ୍ୟପାଳଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share This Article