ଲକ୍ଷାଧିକ ମୂଲ୍ୟର ନକଲି ମଦ ଜବତ, ତିନି ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଉପ କମିଶନର ଡମ୍ବରୁଧର ଖଣ୍ଡା ଓ ଜିଲ୍ଲା ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶନାରେ ବିଭାଗର କିଛି କର୍ମଚାରୀ ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟ୍ ଗେଟ୍ ନିକଟରେ ସନ୍ଦେହ ଜନକ ଭାବେ ରୋସନ ସାହୁ ନାମକ ଜଣେ ଯୁବକ ସ୍କୁଟିରେ ଯାଉଥିବା ବେଳେ ତାକୁ ଅଟକାଇ ଜେରା କରିଥିଲେ। ଯଦ୍ୱାରା ତାଠାରୁ କିଛି ମଦ ବୋତଲ ମିଳିଥିଲା।

ଫଳରେ ରୋସନକୁ ଅଧିକ ପଚରାଉଚରା ପରେ ସେ ନିକଟସ୍ଥ ଖଣ୍ଡିଆକୁମୁଟି ସାହିରୁ ଉକ୍ତ ମଦ ଆଣି ବିକ୍ରି କରୁଥିବା କହିଲା। ତାପରେ ବିଭାଗୀୟ କର୍ମଚାରୀ ମାନେ ଉକ୍ତ ଘରେ ଚଢ଼ାଉ କରି ସେଠାରେ ବ୍ୟବସାୟ ଚଳାଉଥିବା ଦୁଇ ଭାଇ ଅନୀଲ ସାହୁ ଓ ସୁନୀଲ ସାହୁ ଙ୍କୁ ଘଟଣାସ୍ଥଳରୁ କାବୁ କରିଥିଲେ ଏବଂ ଉକ୍ତ ଘରକୁ ଯାଞ୍ଚ କରି ସେଠାରୁ ଦୁଇଶହରୁ ଅଧିକ ନକଲି ବିଦେଶୀ ମଦ, କିଛି ଠିପି ଓ ବିଭିନ୍ନ କମ୍ପାନୀର ଲେବଲ୍ ସହ ଗୋଟିଏ ହୋଣ୍ଡା ଏକ୍ଟିଭା ସ୍କୁଟି ଜବତ କରିଛନ୍ତି। ସମ୍ପ୍ରୁକ୍ତ ତିନି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Share This Article