ଉଚ୍ଚଶିକ୍ଷା ବିଭାଗର ଘୋଷଣା, ଏହି ୧୮ ଟି ସ୍ଥାନରେ ଖୋଲିବ ଡିଗ୍ରୀ କଲେଜ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଘୋଷଣା କରିଛି। ତାହା ହେଲା ଯେଉଁ ବ୍ଲକରେ ଡିଗ୍ରୀ କଲେଜ ନାହିଁ ସେହି ସ୍ଥାନରେ ଚଳିତ ବର୍ଷ ନୂଆ କଲେଜ ଖୋଲାଯିବ। ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ।

ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ।

Share This Article