ଖୋର୍ଦ୍ଧା: ଛାତ୍ରଛାତ୍ରୀ ପାଳିଲେ ଟ୍ରାଫିକ ସୁରକ୍ଷା ସପ୍ତାହ-୨୦୨୪

Odisha Hot News
1 Min Read

ଖୋର୍ଦ୍ଧା: ଦୁର୍ଘଟଣାକୁ ରୋକିବା ଲାଗି ସାରା ରାଜ୍ୟରେ ଆରମ୍ଭ ହୋଇଛି ଟ୍ରାଫିକ ସୁରକ୍ଷା ସଚେତନତା ଅଭିଯାନ। ଏହି ପରିପେକ୍ଷିରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଶାଳ ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏନ୍ ସି ସି କ୍ୟାଡେଟ, ସ୍ଵେଚ୍ଛାସେବୀ ସଂଗଠନ, ଏବଂ ଜନସାଧାରଣ ଯୋଗ ଦେଇଥିଲେ।

ସଡକ ସୁରକ୍ଷା ପରିବାର ରକ୍ଷା ସ୍ଲୋଗାନ ସହିତ ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା , ଦୃତ୍ ଗତିରେ ଗାଡି ନ ଚଲେଇବା, ଗାଡ଼ି ଚାଳନା ସମୟ ରେ ମୋବାଇଲ ବ୍ୟବହାର ନ କରିବା, ମଦ ପିଇ ଗାଡ଼ି ନ ଚଲେଇବା ଇତ୍ୟାଦି ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ। ନୂଆ ବସଷ୍ଟାଣ୍ଡ ରେ ଡ୍ରାଇଭର ମାନଙ୍କ ପାଇ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦଘାଟନ କରାଯାଇ ସମସ୍ତ ଡ୍ରାଇଭର ମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ପରାମର୍ଶ ପ୍ରଦାନ କରାଯାଇଥିଲା।

ଏହି ଅଭିଯାନରେ ସିଗମା ପବ୍ଲିକ ସ୍କୁଲ, ବିଜେବି ହାଇସ୍କୁଲର ଛାତ୍ର ଛାତ୍ରୀ, ମାନେ ସହଯୋଗ କରିଥିଲେ। ଖୋର୍ଦ୍ଧା ପରିବହନ ବିଭାଗ ର ଅତିରିକ୍ତ ପରିବହନ ଅଧିକାରୀ ଅରବିନ୍ଦ ନାୟକ ଙ୍କ ନେତୃତ୍ୱ ରେ ଚାଲିଥିବା ଏହି ଅଭିଯାନ ରେ ଭୁବନେଶ୍ୱର ପରିବହନ ଅଧିକାରୀ ସନତ କୁମାର ଜେନା, ଏମ୍ ଭି ଆଆଇ, ସୁନୀତା ବେହେରା, ଦେବଦାସ ପାଇକରାୟ ପ୍ରମୁଖ ଯୋଗ ଦେଇ ଗାଡ଼ି ଚାଲକ ମାନଙ୍କୁ ଟ୍ରାଫିକ ସଚେତନତା ର ପରାମର୍ଶ ଦେଇଥିଲେ।

Share This Article