ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ, ନୂଆବର୍ଷ ବେଳେ ଓଡିଶାରେ ପିଇ ଦେଲେ ୬୦ କୋଟି ଟଙ୍କାର ମଦ

Odisha Hot News
1 Min Read

ଭୁବନେଶ୍ବର: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ତାହା ହେଲା ନୂଆବର୍ଷ ପାଳନ ବେଳେ ଓଡିଶାରେ ୬୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏକଥା ଆମେ ନୁହେଁ, ଏହା କହୁଛି ଓଡିଶା ପାନୀୟ ନିଗମ ତଥ୍ୟ। ମିଳିଥିବା ତଥ୍ୟ ଅନୁସାରେ ରବିବାର ଦିନ ପ୍ରାୟ ଦୁଇ ଗୁଣା ମଦ ବିକ୍ରି ହୋଇଛି।

ତେବେ ତଥ୍ୟ ଅନୁସାରେ କଟକରେ ସର୍ବଧିକ ମଦ ପିଇଥିବାର ଜଣାପଡିଛି। ତାପଛରେ ରହିଛି ଭୁବନେଶ୍ବର। ସୂଚନା ଅନୁସାରେ ସାଧାରଣତଃ ପ୍ରତିଦିନ ପ୍ରାୟ ୨୦ କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ। ହେଲେ ଡିସେମ୍ବର ୩୦ ତାରିଖରେ ରାଜ୍ୟରେ ପାନୀୟ ନିଗମ ଅଧୀନରେ ଥିବା ୯ଟି ସରକାରୀ ଡିପୋରୁ ଉଠିଥିଲା ୧୧ ଲକ୍ଷ ଲିଟର ମଦ। ଯାହାର ମୂଲ୍ୟ ଥିଲା ୬୦ କୋଟି ୭୩ ଲକ୍ଷ ଟଙ୍କା।

ଡିସେମ୍ବର ୩୧ ତାରିଖ ରବିବାର ଥିଲା। ହେଲେ ରବିବାର ଦିନ ମଦ ଡିପୋ ବନ୍ଦ ରହୁଥିବାରୁ ଶନିବାର ୩୦ ତାରିଖରେ ରିଟେଲ ଆଉଟଲେଟ ମଦ ଉଠାଇ ନେଇଥିଲେ। ସେଦିନ ପ୍ରାୟ ୨ ହଜାର ରିଟେଲ ଆଉଟଲେଟ  ୧୧ ଲକ୍ଷ ଲିଟର ମଦ କିଣି ନେଇଥିଲେ।

Share This Article