ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍-ଦଶପଲ୍ଲା ରେଳ ସେକ୍ସନ ନୀରିକ୍ଷଣ

Odisha Hot News
1 Min Read

ଭୁବନେଶ୍ଵର: ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଉଭୟ ପାର୍ଶ୍ୱରୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସମୀକ୍ଷା।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଖୋର୍ଦ୍ଧା ରୋଡ-ବଲଙ୍ଗୀର ରେଳ ଲାଇନ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ଦଶପଲ୍ଲା ରେଳ ସେକ୍ସନ ନୀରିକ୍ଷଣ କରି ଚାଲୁରହିଥିବା ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ସହିତ ନିରାପତ୍ତା ଏବଂ ଯାତ୍ରୀ ସୁବିଧା ଗୁଡିକର ସମୀକ୍ଷା କରିଛନ୍ତି।

ଶ୍ରୀ ଶର୍ମା ତାଙ୍କ ନୀରିକ୍ଷଣ ସମୟରେ ବିଭିନ୍ନ ଯାତ୍ରୀ ସୁବିଧା, ପାର୍କିଂ କ୍ଷେତ୍ରର ବିକାଶ, ଚଳପ୍ରଚଳ ଅଞ୍ଚଳ, ଲ୍ୟାଣ୍ଡସ୍କିପିଙ୍ଗ ଇତ୍ୟାଦିର ଅଗ୍ରଗତି ସମ୍ବନ୍ଧରେ ଅବଗତ ହୋଇଥିବାବେଳେ ଦଶପଲ୍ଲା ରେଳ ଷ୍ଟେସନରେ ବିଭିନ୍ନ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ଏକ ଜନ କୈନ୍ଦ୍ରିକ ପ୍ରକଳ୍ପ ଯାହାକୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି। ଏହି ପ୍ରକଳ୍ପ ଉକ୍ତ ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବା ସହିତ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗକୁ ବୃଦ୍ଧି କରିବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ 152.8 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି। ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ 47 କି.ମି. ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ସରିଛି। 2024 ରେ ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ 73 କିଲୋମିଟର ରେଳ ଲାଇନ ମଧ୍ୟ ସଂପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ଧାର୍ଯ୍ୟ ରଖିଛି।

Share This Article