ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ପୂର୍ବତଟ ରେଳପଥ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Odisha Hot News
3 Min Read

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 30 ଡିସେମ୍ବର 2023 ରେ ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ସମେତ ଛଅଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏବଂ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଉଦ୍‌ଘାଟନୀ ଦିନରେ, ତଥା 30 ଡିସେମ୍ବର 2023 ରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ପୂର୍ବାହ୍ନ 11 ଘଟିକାରେ ମାଲଦା ଟାଉନରୁ ଛାଡି 2024 ଜାନୁୟାରୀ ପହିଲା ରାତ୍ରି 08 ଘଟିକାରେ ବେଙ୍ଗାଲୁରୁରେ ପହଞ୍ଚିବ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହି ଟ୍ରେନ 30 ଡିସେମ୍ବର 2023 ରେ ଭଦ୍ରକ ଷ୍ଟେସନରେ ରାତ୍ରି 09ଘ.58ମି.ରେ ପହଞ୍ଚିବ ଏବଂ ରାତ୍ରି 10 ଘଟିକାରେ କଟକ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ରାତ୍ରି 10ଘ.50ମି.ରେ କଟକ ଠାରେ ପହଞ୍ଚିବ ଏବଂ 31 ଡିସେମ୍ବର 2023 ସକାଳ 07 ଘଟିକାରେ ଭୁବନେଶ୍ୱର ଯାତ୍ରା କରିବ। 31 ଡିସେମ୍ବରରେ ଏହି ଟ୍ରେନ୍ ଭୁବନେଶ୍ୱରରୁ ସକାଳ 07ଘ.40ମି.ରେ,ଖୋର୍ଦ୍ଧା ରୋଡ୍ ଠାରୁ ପୂର୍ବାହ୍ନ 08ଘ.20ମି.ରେ ଏବଂ ବ୍ରହ୍ମପୁରରୁ ପୂର୍ବାହ୍ନ 09ଘ.55 ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ। ଏହା ଶ୍ରୀକାକୁଲମ ଠାରୁ ପୂର୍ବାହ୍ନ 11ଘ.05ମି.ରେ, ବିଜୟନଗରମ ଠାରୁ ପୂର୍ବାହ୍ନ 11ଘ.50ମି.ରେ ଏବଂ ବିଶାଖାପାଟନମ୍ ଠାରୁ ଅପରାହ୍ନ 01ଘ.50ମି.ରେ ଛାଡି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନ ମାନଙ୍କ ଠାରେ ଜଣ ପ୍ରତିନିଧି ଯଥା ମାନ୍ୟବର ସାଂସଦ ଏବଂ ବିଧାୟକମାନେ ଏହି ଟ୍ରେନକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ – ଅମୃତ ଭାରତ ଏକ୍ସପ୍ରେସ। ଅମୃତ ଭାରତ ଟ୍ରେନ୍ ହେଉଛି ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ଦ୍ୱାରା ଚଳାଚଳ କରିବ ଯାହାକି ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ। ଏହା ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇଦେବ।

ତେବେ, ଏହି ଟ୍ରେନ୍ ପାଇଁ ନିୟମିତ ସେବା ମାଲଦା ଟାଉନ୍ ଠାରୁ 7 ଜାନୁଆରୀ 2024 ଠାରୁ ଏବଂ SMVT ବେଙ୍ଗାଲୁରୁ 9 ଜାନୁଆରୀ’2024 ଠାରୁ ପ୍ରାରମ୍ଭ କରାଯିବ। ଏହି ଟ୍ରେନ୍ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ 08ଘ.50ମି.ରେ ମାଲଦା ଟାଉନ୍ ଛାଡି ମଙ୍ଗଳବାର ଦିନ ଭୋର 03 ଘଟିକାରେ ବେଙ୍ଗାଲୁରୁରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ବେଙ୍ଗାଲୁରୁରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ 01ଘ.50ମି.ରେ ଛାଡି ଗୁରୁବାର ଦିନ ପୂର୍ବାହ୍ନ 11 ଘଟିକାରେ ମାଲଦା ଟାଉନରେ ପହଞ୍ଚିବ। ଏହି ଟ୍ରେନ ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର, ସୋରୋ, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଏବଂ ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ମଧ୍ୟରେ ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନ ଠାରେ ରହଣି କରିବ।

Share This Article