ଟିକସ ବଣ୍ଟନ ଅତିରିକ୍ତ କିସ୍ତି ବାବଦରେ ଓଡିଶାକୁ ମିଳିଲା ୩୩୦୩ କୋଟି ଟଙ୍କା

Odisha Hot News
1 Min Read

ନୂଆଦିଲ୍ଲୀ: ଆଗାମୀ ପର୍ବପର୍ବାଣୀ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଓ ଭିତ୍ତିଭୂମି ବିକାଶ ଯୋଜନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟ ସରକାର ମାନଙ୍କ ହାତକୁ ସୁଦୃଢ଼ କରିବା ନିମନ୍ତେ ୭୨,୯୬୧.୨୧ କୋଟି ଟଙ୍କାର ଅତିରିକ୍ତ ଟିକସ ବଣ୍ଟନର କିସ୍ତି ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି।

ସେଥିମଧ୍ୟରୁ ଓଡିଶାକୁ ୩୩୦୩. ୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କିସ୍ତି ୧୦ ଜାନୁଆରୀ ୨୦୨୪ରେ ରାଜ୍ୟ ମାନଙ୍କୁ ବକେୟା ଟିକସ ବଣ୍ଟନ କିସ୍ତି ଏବଂ ୧୧ ଡିସେମ୍ବର ୨୦୨୩ରେ ପ୍ରଦାନ କରାଯାଇଥିବା ୭୨,୯୬୧.୨୧ କୋଟି ଟଙ୍କାର କିସ୍ତି ଅତିରିକ୍ତ ଅଟେ।

Share This Article